ଚିନର ଚାବିକାଠି ଭାରତ ହାତରେ | India SECRET POWER Against China
କଣ ଆପଣ କେବେ ଭାବିଥିଲେ କି ଦୀର୍ଘ 5 ବର୍ଷ ଧରି ଚୀନ ଓ ଭରତ ମଧ୍ୟରେ ଜେଭଳି ସୀମା ବିବାଦକୁ ନେଇ ଟେନସନ ଥିଲା ସେମାନେ ଏପରି ହଟାତ ହାତ ମିଳାଇପାରିବେ ? ଏବଂ ଏହା ମଧ୍ୟ ଏକ ଏପରି ସମୟ ଯେତେବେଳେ ଆମେରିକା, କାନାଡା ଏବଂ ଜାପାନ ପରି ବିଶ୍ଵର ଶକ୍ତିଶାଳୀ western country ମାନେ ମିଳିତ ଭାବରେ ଭାରତକୁ ବଦ୍ନାମ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି Western Country ମାନେ କେବେବି ସ୍ଵପ୍ନରେ ଭାବିନଥିଲେ ଯେ ଏପରି ଚୀନ ଓ ଭାରତ ମିଶିପାରିବେ | କିନ୍ତୁ ବର୍ତମାନ ସେମାନେ BRICS ସମୀଳନୀରେ ଏପରି ଦୃଶ୍ୟ ଦେଖିଛନ୍ତି | କିନ୍ତୁ ଏଠାରେ ସବୁଠାରୁ ବଡ ପ୍ରଶ୍ନ ଯେ ଯେଉଁ ଚୀନ ସବୁବେଳେ ନାଲି ଆଖି ଦେଖାଇ ଭାରତର ଜମି ହଡପ କରିବାକୁ ଚେଷ୍ଟା କରିଥାଏ ସେହି ଚୀନ କିପରି ଆଜି ହାର ମନୁଛି ଏବଂ ଚୀନର ଏପରି କେଉଁ life line ଭାରତ ହାତରେ ଅଛି ଯେଉଁଥି ପାଇଁ ଆଜି ଚୀନ ଭାରତ ସହିତ ହାତମିଳାଇବାକୁ ବାଧ୍ୟ ହେଉଛି | ତେଣୁ ଆସନ୍ତୁ ଜାଣିବା India SECRET POWER Against China ଏବଂ ଚୀନର ସେହି ଜୀବନ ଚାବିକାଠି ବିଷୟ ରେ ଯାହା ଭାରତ ହାତରେ ଅଛି | ଏହାସହିତ ଜାଣିବା BRICS ସମିଳନୀରେ ମୋଦୀ ଏବଂ ସି ଜିନପିଙ୍ଗଙ୍କ ଏହି ଦ୍ରୁଶ୍ଯ କିପରି ପାଶ୍ଚାତ୍ୟ ଦେଶଙ୍କ ମୁଣ୍ଡବଥାର କାରଣ ହୋଇଛି |
ଗତ କିଛି ବର୍ଷ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଏବଂ ଶତ୍ରୁତା ଚରମ ସୀମାରେ ଥିଲା ଏବଂ ଏହି ବିବାଦ ଏତେ ବଡ ଥିଲା ଯେ ଦୁଇ ଦେଶ ଏପରି ଭେଟିବେ ବୋଲି କେହି କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିଶେଷ ଭାବରେ ସେହି western country ମାନେ ଯେଉଁ ମାନେ ଚାହୁଁଥିଲେ ଯେ ଭାରତ ଏବଂ ଚୀନ୍ କେବେ ଏକାଠି ହୁଅନ୍ତୁ ନାହିଁ। କାରଣ ଯଦି ଏସିଆର ଏହି ଦୁଇଟି ବଡ ଦେଶ ଏକଜୁଟ ହୁଅନ୍ତି, ତେବେ ସେମାନେ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ବଡ଼ ଅସୁବିଧାର କାରଣ ହୋଇପାରନ୍ତି | ଏହି କାରଣରୁ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଭାରତ ଏବଂ ଚୀନ୍ ମଧ୍ୟରେ ଶତ୍ରୁତା ଜାରି ରଖିବାକୁ ଚାହୁଁଥିଲେ।
କିନ୍ତୁ ସମୟ ସବୁବେଳେ ସମାନ ନୁହେଁ | ବ୍ରିକ୍ସ ସମ୍ମିଳନୀରେ ଯାହା ଦେଖିବାକୁ ମିଳିଥିଲା ତାହା ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା। ଭାରତ ଏବଂ ଚୀନ୍ର ନେତାମାନେ ଦୀର୍ଘ 5 ବର୍ଷ ପରେ ହାତ ମିଳାଇଲେ ଏବଂ ଏହି ଦୃଶ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ବଡ଼ ଝଟକା ଦେଇଛି ।
ତେବେ ଆପଣ କଳ୍ପନା କରନ୍ତୁ , ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହସି ହସି ହତାମିଲଉଛନ୍ତି! ଏପରି ଲାଗୁଛି ଯେପରି ଦୁନିଆର ସମୀକରଣ ବଦଳୁଛି ଏବଂ ଏହା କେବଳ ହ୍ୟାଣ୍ଡସେକ ଘଟଣା ନୁହେଁ, ଏହା ପଛରେ ଏକ ବିରାଟ ରଣନୀତି ଲୁଚି ରହିଥିଲା ଏବଂ ଏସିଆକୁ ଦୁର୍ବଳ ମନେ କରୁଥିବା ସେହି ଦେଶମାନଙ୍କ ପାଇଁ ଏହା ଏକ ବାର୍ତ୍ତା ଥିଲା ଏବଂ ଦୁଇ ମହାନ ଏସୀୟ ଶକ୍ତି କିପରି ଏକାଠି ହେଉଛନ୍ତି ପୁରା ବିଶ୍ଵ ଦେଖୁଥିଲା ଏବଂ ଏହି ଦୃଶ୍ୟ ଆମେରିକା ଏବଂ କାନାଡା ପାଇଁ ଏକ ବଡ଼ shock ଦେଇଛି ଏବଂ ଏହା କେବଳ ରାଜନୀତିର ଖେଳ ନୁହେଁ, ଏହା ଭବିଷ୍ୟତର ଏକ ଖେଳ, ଯେଉଁଠାରେ ଭାରତ ଏବଂ ଚୀନ୍ ମିଳିତ ଭାବେ ଏକ ନୂତନ ବିଶ୍ୱ ଗଠନ ଦିଗରେ ପଦକ୍ଷେପ ନେଉଛନ୍ତି ଏବଂ ଏହି ବୈଠକ ଆମେରିକା, କାନାଡା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା ଯେ ଏସିଆର ଶକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ |
ଏହି ବ୍ରିକ୍ସ ଶିଖର ସମ୍ମିଳନୀରେ କେବଳ ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ହୋଇନଥିଲା, ବରଂ ସୀମା ବିବାଦ, ବିଶେଷକରି LAC (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ଏବଂ ଆପଣମାନେ ଭଲ ଭାବରେ ଜାଣନ୍ତି ଗତ ଦୁଇ ବର୍ଷ ମଧ୍ୟରେ ବିବାଦ ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା | କିନ୍ତୁ ବର୍ତ୍ତମାନ ଏହି ବିବାଦର ସମାଧାନ ପାଇଁ ଉଭୟ ଦେଶ ଏକ ଚୁକ୍ତି କରିଛନ୍ତି ଯାହା କେବଳ ଏହି ଦେଶଗୁଡିକ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ନାହିଁ ବରଂ ଏସିଆରେ ଶାନ୍ତି ଏବଂ ସ୍ଥିରତା ଆଣିବାରେ ମଧ୍ୟ ସହାୟକ ହେବ |
ବ୍ରାଜିଲ, ରୁଷ , ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ 2009 ରେ ଆରମ୍ଭ କରାଯାଇଥିଲା। ସେତେବେଳେ ଏହାକୁ ବିକାଶଶୀଳ ଦେଶର ଏକ ସଂଗଠନ ଭାବରେ କରାଯାଉଥିଲା, କିନ୍ତୁ ଆଜି ସେହି ସଂଘଠନ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି। 2023 ମସିହାରେ, ଏଥିରେ ଆଉ ପାଞ୍ଚଟି ନୂତନ ଦେଶ ଅନ୍ତର୍ଭୂକ୍ତ କରାଯାଇଥିଲା, ଯେଉଁ କାରଣରୁ ବ୍ରିକ୍ସର ଶକ୍ତି ଆହୁରି ବୃଦ୍ଧି ପାଇଲା ଏବଂ ଏହି ଶିଖର ସମ୍ମିଳନୀରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଆଲୋଚନା ଏହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି |
ଏହି BRICS ସମିଳନିରେ କେବଳ BRICS ସଦସ୍ୟ ଦେଶ ଅଂଶଗ୍ରହଣ କରିନଥିଲେ , ବରଂ ଅନେକ ଦେଶ ଯେପରି ନାଟୋ ଭଳି ସଂଗଠନର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ଯାହା ପାଶ୍ଚାତ୍ୟ ଦେଶକୁ ଆଘାତ ଦେଉଛି ଏବଂ ସେମାନଙ୍କ ଲୋକମାନେ ମଧ୍ୟ ଏଥିରେ ଅସନ୍ତୁଷ୍ଟ ଅଛନ୍ତି।
ଏହା ସତ୍ୟ ଯେ Russia ର ଏହି ପଦକ୍ଷେପ ଭାରତ ଏବଂ ଚୀନ୍କୁ ନିକଟତର କରିବାରେ ସାହାଯ୍ୟ କରିଛି ଏବଂ ଏହି ସହଯୋଗ ଆମେରିକା, କାନାଡା ଏବଂ ସେମାନଙ୍କ ସହଯୋଗୀ ଦେଶମାନଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଛି ଏବଂ ପିଏମ ମୋଦୀ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ସମଗ୍ର ବିଶ୍ୱରେ ହଲ୍ଚଲ ସୃଷ୍ଟି କରିଛି।
କିନ୍ତୁ ଏଠାରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ଚୀନ କାହିଁକି ଏତେ ସହଜ ରେ ରାଜି ହୋଇଛି ଭାରତ ସହିତ କାମ କରିବାକୁ ? ଚୀନର ଏପରି କଣ ଦୁର୍ବଳ ରହିଛି ଯେ ସେ ବାଧ୍ୟ ହେଉଛି ଭାରତ ସହିତ ହାତ ମେଲାଇବା କୁ ? ନା ଏହା ପଛରେ ଚୀନ ର ଆଉକିଛି ଷଡଯନ୍ତ୍ର ରହିଛି?
2020 15 ଏବଂ 16 ଜୁନ୍ ଏପରି ଏକ ର ରାତି ଥିଲା ଯାହା ଇତିହାସ ବଦଳାଇଦେଲା | ଅସ୍ତ୍ରଶସ୍ତ୍ର ବିନା ଭାରତୀୟ ସୈନିକମାନେ ଚୀନ୍ ରେଡ୍ ଆର୍ମି ର ଦାନ୍ତ ଉଡାଇଦେଇଥିଲେ | ଚୀନ୍ର ସେହି ଶକ୍ତିଶାଳୀ Army , ଯାହାକୁ ପରାସ୍ତ କରିବାକୁ ବଡ ବଡ ଦେଶ ସାହସ କରନ୍ତି ନାହିଂ ଏବଂ ଆମର ସାହସୀ ସନିକମାନେ ସେମାନଙ୍କୁ ପଛକୁ ଫେରିବାକୁ ବାଧ୍ୟ କରିଥିଲେ ଏବଂ ଏହି ଘଟଣା କେବଳ ସାମରିକ ବିବାଦ ନଥିଲା , ଏହା ଚୀନ ପାଇଁ ଏକ ବାର୍ତ୍ତା ଥିଲା ଯେ ଭାରତ ଆଉ ସେହି 1962 ର ଭାରତ ନୁହେଁ।
କିନ୍ତୁ ସେହି ସଂଘର୍ଷ ପରେ ଭାରତ ର ବିରୋଧୀ ଦଳ ଏହାକୁ ରାଜନୀତିର ଖେଳରେ ପରିଣତ କରିଥିଲେ। ତାମିଲନାଡୁରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗଙ୍କ ବୈଠକ ସମ୍ପର୍କରେ ବିରୋଧୀ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ଯେ ପ୍ରତ୍ୟକ୍ଷ ଯୁଦ୍ଧ ହିଁ ଏହାର ଏକମାତ୍ର ସମାଧାନ। କିନ୍ତୁ ମୋଦୀ ସରକାର ଏପରି କରିନଥିଲେ ? ମୋଦୀ ସରକାର କୂଟନୈତିକ ଦ୍ଵାରା ଏହାର ସମାଧାନ ବାହାର କରିବାକୁ ଚେଷ୍ଟା କରିଥିଲେ | ଯେଉଁଥି ପାଇଁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଦେଶ ଚୀନ୍ ବର୍ତ୍ତମାନ ସୀମା ବିବାଦରେ ଶାନ୍ତି ଆଣିବା ପାଇଁ ଭାରତ ସହ ଏକ ଚୁକ୍ତି କରିଛି |
ପ୍ରକୃତରେ ଆଜି ଚୀନ୍ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ତେଣୁ ଭାରତ ସହିତ ସମ୍ପର୍କକୁ ସୁଦୃଢ କରି ନିଜର ବ୍ୟବସାୟ ରଣନୀତିରେ ସୁଧାର କରିବା କୁ ଚେଷ୍ଟା କରୁଛି ଏବଂ ଚୀନ୍ ଆଶା କରୁଛି ଯେ ଯଦି ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ହୁଏ ତେବେ ନିଜର ଅର୍ଥନତିକ ସଙ୍କଟକୁ ଦୂର କରିପାରିବ।
ଗାଲୱାନ ଘଟଣା ପରେ ଭାରତ ଚୀନ୍ ବିରୋଧରେ କୂଟନ .ତିକ ଏବଂ ଅର୍ଥନ ତିକ ପଦକ୍ଷେପ ନେବାରେ ବିଳମ୍ବ କରିନାହିଁ। ସର୍ବପ୍ରଥମେ ସିଧାସଳଖ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ କଳ୍ପନା କରନ୍ତୁ, ଦୁଇ ପଡୋଶୀ ଦେଶ ମଧ୍ୟରେ ବିମାନ ବନ୍ଦ କରିବା କେତେ ବଡ଼ ସଙ୍କେତ ଥିଲା!
ଏହା ପରେ ଚୀନ୍ କମ୍ପାନୀଗୁଡିକର ନିବେଶ ଉପରେ ଭାରତ କଡା ନିୟମ ଲାଗୁ କରିଛି। ଫଳାଫଳ? ଭାରତୀୟ ବଜାରରେ ଚାଇନାର କମ୍ପାନୀଗୁଡିକ ଦ୍ୱାରା ପ୍ରସ୍ତୁତ କୋଟି କୋଟି ଡଲାରର ନିବେଶକୁ ରୋକାଯାଇଥିଲା। ଏହା ଚୀନ୍ର ଅର୍ଥନୀତିରେ ଏକ ବଡ଼ ଝଟକା ସୃଷ୍ଟି କରିଥିଲା।
ଏହାସହିତ ମୋବାଇଲ୍ ଆପ୍ ଏବଂ ଚାଇନିଜ୍ କମ୍ପାନୀଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ଆଉ ଏକ ବଡ ପଦକ୍ଷେପ ଥିଲା | ଟିକଟୋକ ଭଳି ଲୋକପ୍ରିୟ ଆପ୍ସ ସହିତ ଭାରତ ପ୍ରାୟ 300 ଚାଇନାର ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି | ଏହା କେବଳ ଚାଇନାର କମ୍ପାନୀଗୁଡିକ ପାଇଁ କ୍ଷତି ଘଟାଇ ନାହିଁ, ବରଂ ଭାରତୀୟ ବଜାରରେ ସେମାନଙ୍କର ପ୍ରଭାବକୁ ଦୁର୍ବଳ କରିଦେଇଛି |
2023 ମସିହାରେ ଭିଭୋ ଏବଂ Xiaomi ପରି ଚାଇନାର ବଡ କମ୍ପାନୀଗୁଡିକ ଉପରେ ମଧ୍ୟ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଭିଭୋ ଉପରେ 13 ବିଲିୟନ ଡଲାର ହେରଫେରି କରିଥିବା ଏବଂ Xiaomi ଉପରେ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।ତେଣୁ ଭାରତ ସରକାର ଜିଆଓମିର 600 ମିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି ଯାହା ଚୀନ୍ ପାଇଁ ପୁଣି ଏକ ବଡ ଝଟକା ଦେଇଛି।
ତେଣୁ କେବଳ ଏକ ବ୍ୟବସାୟିକ ନିଷ୍ପତ୍ତି ନୁହେଁ | ଏହା ଚୀନ୍କୁ କହିବାର ଏକ ଉପାୟ ଥିଲା ଯେ ଭାରତ ବର୍ତ୍ତମାନ ପ୍ରତ୍ୟେକ ଦିଗରେ ପ୍ରସ୍ତୁତ ଅଛି – ଅର୍ଥନ, ତିକ, କୂଟନତିକ କିମ୍ବା ସାମରିକ ହେଉ।
ଯଦିଓ ଚୀନ୍ ନିଜର ଶକ୍ତିକୁନେଇ ବିଶ୍ୱ ସାମ୍ନାରେ ନାଟକ କରିଥାଏ, କିନ୍ତୁ ବାସ୍ତବତା କିଛି ଅଲଗା, ବାସ୍ତବରେ ଚୀନ୍ର ଅନେକ ଦୁର୍ବଳତା ରହିଛି ଯାହା ଚୀନ କୁ ଭାରତ ସହିତ ଅନାବଶ୍ୟକ ଯୁଦ୍ଧ କରିବାକୁ ଡରିଥାଏ , ଏବଂ ସେହି ଡରର ଚାବିକାଠି ହେଉଛି ମଲ୍ଲିକା ଷ୍ଟ୍ରେଟ୍ ଯାହା ଭାରତ ହାତରେ ଅଛି ଏବଂ ଏହି ଟେନସନ ଡ୍ରାଗନ୍ ପାଇଁ ସବୁଦିନ ରହିବ | କାରଣ ଚୀନ୍ର ଅଧିକାଂଶ ବାଣିଜ୍ୟ ଏହି ସମୁଦ୍ର ମାର୍ଗ ଦେଇ ହୋଇଥାଏ | ଯଦି ଏହି ବାଣିଜ୍ୟ ମାର୍ଗ ବନ୍ଦ ହୋଇଯାଏ, ତେବେ ଚୀନ୍ ଆର୍ଥିକ ଦୃଷ୍ଟିରୁ ବହୁ ପ୍ରଭାବିତ ହେବ ଏବଂ ବହୁ ଟେନସନର ସମ୍ମୁଖୀନ ହେବାକୁ ପଡିବ |
ତେଣୁ ଭାରତ ମଧ୍ୟ Malca Strait ନିକଟ ରେ ଥିବା ଆଣ୍ଡାମନ ନିକୋବର ଠାରେ ନିଜର ମିଲିଟରି base developed କରୁଛି ଯାହାଦ୍ୱାରା ଚୀନ ଉପରେ ନଜର ରଖାଯାଇପାରିବ ଏବଂ ଯେକୌଣସି ସମୟରେ ଚୀନ୍ର ଏହି life line ବନ୍ଦ କରାଯାଇପାରିବ |
ତେଣୁ ବର୍ତମାନ ଚୀନ ଭାରତ ସହିତ କାମ କରିବାକୁ ଆଗକୁ ଆସିଛି ଏହାସହିତ Russia , ଭାରତ ଏବଂ ଚୀନ୍ର ଏକତା ବିଶ୍ୱ ଜନସଂଖ୍ୟାର 45% କୁ ଏକାଠି କରିଛି ଏବଂ ବିଶ୍ ଅର୍ଥନୀତିର 35% ଏହି ସଂଗଠନ ମଧ୍ୟରେ ଆସିଛି ଏବଂ ଏହା କେବଳ ଏକ ଆରମ୍ଭ, ଏବଂ ଆଗାମୀ ଦିନରେ ଆମେ ଦେଖିବୁ କିପରି ଏହି ବ୍ରିକ୍ସ ସଂଗଠନ ପାଶ୍ଚାତ୍ୟ ଦେଶ ପାଇଁ ଏକ ବଡ ବିପଦ ହୋଇପାରେ | କିନ୍ତୁ ଏବେ ପ୍ରଶ୍ନ ଉଠୁଛି – ଆମେ ଚୀନ୍ ଉପରେ ବିଶ୍ୱାସ କରିବା ଉଚିତ୍ କି ନହିଁ ଆପଣ comment box ରେ ଆପଣଙ୍କ ମତାମତ ଦିଅନ୍ତୁ |