ଆପଣ କେବେ ଚିନ୍ତା କରିଛନ୍ତି କି ,ଏପରି ଏକ ସମୟ ଥିଲା ଯେତେବେଳେ ଭାରତକୁ ଏକ ବିକାଶସିଳ ଦେଶ ତାଲିକାରେ ରଖାଯାଉଥିଲା କିନ୍ତୁ ଆଜି ସେହି ଭରତ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଖେଳାଳି ହୋଇପାରିଛି ଏବଂ ଭାରତ ବର୍ତ୍ତମାନ ବିଶ୍ଵର ସବୁଠାରୁ Powerful Export ଦେଶ ମଧ୍ୟରେ ଏକ ଦେଶ ହୋଇଛି ଏବଂ ଯେତେବେଳେ ଏକ୍ସପୋର୍ଟ କଥା ଆସେ ତେବେ ଏହାର ଅର୍ଥ ଭାରତ ବର୍ତ୍ତମାନ ବିଶ୍ୱ ବଜାରରେ ନିଜର ସ୍ଥାନ ହାସଲ କରିଛି ଏବଂ ଆଜି ଭାରତ ନିଜର ପରିଶ୍ରମ ଏବଂ ରଣନୀତି ସହିତ ଚୀନ୍, ଆମେରିକା ଏବଂ ଜର୍ମାନୀ ଭଳି ଦେଶର ନିଦ ଉଡାଇ ଦେଇଛି।
ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପେଟ୍ରୋଲିୟମ, ରତ୍ନ ଏବଂ ଚିନି ଭଳି product exportରେ ଭାରତ ପ୍ରମୁଖ ସଫଳତା ହାସଲ କରିଛି ଏହାସହିତ ଏପରି କେତେକ କ୍ଷେତ୍ରରେ ଭାରତୀୟ ଉତ୍ପାଦର ଚାହିଦା ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଯେ ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଏକସ୍ପୋରତର ହୋଇପାରିଛି ଏବଂ export ର ଏହି ବୃଦ୍ଧି ଦେଶର ଅର୍ଥନୀତିକୁ ମଜବୁତ କରୁଛି |
ପ୍ରକୃତ ରେ ଯଦି ଆମେ ବିଶ୍ଵର କୌଣସି ଦେଶର Economic ଦେଖିବା, ଯେପରିକି ଚୀନ୍, ଆମେରିକା, ଜାପାନ ଏବଂ ଜର୍ମାନୀ ଭଳି ବଡ ଅର୍ଥନୀତି ଦେଶ ହେଉ କିମ୍ବା ବାଂଲାଦେଶ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଭଳି ଅତି ଦୁର୍ବଳ ଅର୍ଥନୀତି ଦେଶ ହେଉ, ଏହି ଦେଶଗୁଡିକର Economic କେବଳ ଦୁଇଟି ଜିନିଷ ଉପରେ ନିର୍ଭର କରେ, ପ୍ରଥମ ହେଉଛି ସେହି ଦେଶର ଜିନିଷ ଅନ୍ୟ ଦେଶକୁ export କରିବା | କାରଣ ଯେଉଁ ଦେଶ ଯେତେ ଅଧିକ ବିଦେଶ export କରେ, ସେହି ଦେଶକୁ ବିଦେଶରୁ ଅଧିକ ଟଙ୍କା ଆସିବ ଏବଂ କିଛି ଦେଶ ଏପରି ମଧ୍ୟ ଅଛି ଯେଉଁଠାରେ ବହୁ ପର୍ଯ୍ୟଟକ ବିଦେଶରୁ ଆସିଥାନ୍ତି ଯେଉଁଥିପାଇଁ ବିଦେଶୀ ପର୍ଯ୍ୟଟକମାନେ ସେମାନଙ୍କ ଦେଶରେ ବିଭିନ୍ନ ପ୍ରକାର ସେବା ପାଇଥାନି | ଯେପରିକି ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ଖାଦ୍ୟ ସାମଗ୍ରୀ କିଣିବାରେ ଯାହା ଖର୍ଚ୍ଚ ଖର୍ଚ କରନ୍ତି ତାହା ଦେଶର ଅର୍ଥନୀତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ କାରଣ ଯେତେବେଳେ ବିଦେଶରୁ କଣସି ବ୍ୟକ୍ତି ଅନ୍ୟ ଦେଶ ବୁଲିବାକୁ ଯାଆନ୍ତି, ସେତେବେଳେ ସେ ପ୍ରଥମେ ସେଠାରେ ଥିବା Currency exchange କରନ୍ତି | ସ୍ଥାନୀୟ Currency ନେଇଥାନ୍ତି ଯାହାଫଳରେ ସେହି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ହୁଏ | ତେଣୁ ମୋଟ ଉପରେ ଦେଖିବାକୁ ଗଲେ ଯଦି ଦେଶର ଅର୍ଥନୀତି ବଢାଇବାକୁ ଅଛି ତେବେ , ଅନ୍ୟ ଦେଶରୁ ଟଙ୍କା ନିଜ ଦେଶକୁ ଆଣିବାକୁ ପଡିବ |
ଏହା ବ୍ୟତୀତ ଏପରି ଅନେକ Sources ଅଛି ଯାହା ମାଧ୍ୟମରେ ଅନ୍ୟ ଦେଶରୁ ଟଙ୍କା ଭାରତକୁ ଆସିଥାଏ, କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ Sources ହେଉଛି ବିଭିନ୍ନ ପ୍ରକାର ଜିନିଷ ଏକ୍ସପୋର୍ଟ , କାରଣ ଏହା ବଡ ଧରଣର Profit ଆଣିଥାଏ | ଯେପରି ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ, ଜଣେ ସଦସ୍ୟ କୌଣସି ଜିନିଷ ଉତ୍ପାଦନ କରି ତାକୁ ବିକ୍ରୟ କରନ୍ତି କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷ କିଣି ତାକୁ ବିକ୍ରି କରି ଟଙ୍କା ରୋଜଗାର କରନ୍ତି ଠି ସେହିପରି ଯେଉଁ ଦେଶର ବାଣିଜ୍ୟ ଯେତେ ଶକ୍ତିଶାଳୀ ହେବ, ସେହି ଦେଶର ଅର୍ଥନୀତି ମଧ୍ୟ ସେତେ ଶକ୍ତିଶାଳୀ ହେବ।
ବର୍ତ୍ତମାନ Export ଦୃଷ୍ଟିରୁ ଭାରତ ଏକ ବିଶ୍ୱସ୍ତରୀୟ ଖେଳାଳି ଭାବେ ଉଭା ହୋଇଛି, ଯେଉଁଥିରେ ପେଟ୍ରୋଲିୟମ ଉତ୍ପାଦ, ରତ୍ନ ଏବଂ ଚିନି Export କରିବାରେ ଭାରତ Record ସୃଷ୍ଟି କରିଛି | ଏହା ସହିତ ଭାରତ ଏହି ସମସ୍ତ ଉତ୍ପାଦଗୁଡ଼ିକରେ ବଡ Exporter ଦେଶ ହୋଇପାରିଛି ଏବଂ ଯଦି ଆମେ କେବଳ ପେଟ୍ରୋଲିୟମ Export ଦେଖିବା , ତେବେ ଗତ ଏକ ବର୍ଷ ମଧ୍ୟରେ ଭାରତ ପ୍ରାୟ 84 ବିଲିୟନ ଡ଼ଲାର Export କରିଛି, ଯଦିଓ 2018 ରେ ଭାରତ ପେଟ୍ରୋଲିୟମ Export ରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ଭାରତ ଦ୍ୱିତୀୟ ବୃହତ୍ତମ ପେଟ୍ରୋଲିୟମ Export କାରୀ ହୋଇପାରିଛି ,ଯଦିବା ଭାରତରେ ପେଟ୍ରୋଲିୟମ ଉତ୍ପାଦନ ବହୁତ କମ୍ ହୁଏ , କିନ୍ତୁ ଭାରତରେ ଅନେକ ବଡ଼ Refinery Company ଅଛି |
ସେଥିମଧ୍ୟରୁ ଗୁଜୁରାଟରେ ଥିବା ଜାମନଗର ରିଫାଇନାରୀ ହେଉଛି ବିଶ୍ଵର ସବୁଠୁ ବଡ Refinery , ସେଥିପାଇଁ ଆମ ଦେଶରେ Crude oil ଉତ୍ପାଦନ କମ୍ ହୋଇଥିଲେ ମଧ୍ୟ Russia ଏବଂ ସାଉଦି ଆରବ ଭଳି ଦେଶରୁ ଶସ୍ତା ମୂଲ୍ୟରେ Crude oil Import କରି, ପୁଣି ଏହାକୁ Refinery କରି Export କରାଯାଉଛି ଏବଂ ଆପଣ ଜାଣି ଖୁସି ହେବେ ଯେ ବର୍ତ୍ତମାନ ପେଟ୍ରୋଲିୟମ Export କ୍ଷେତ୍ରରେ ଭାରତ ଦ୍ୱିତୀୟ ବୃହତ୍ତମ ଦେଶ ହୋଇପାରିଛି , ଏହା ସହିତ ୟୁରୋପୀୟ ଦେଶମାନଙ୍କରେ ପେଟ୍ରୋଲିୟମ Export କ୍ରମାଗତ ଭାବେ ବୃଦ୍ଧି ପାଉଛି |
ଏହା ବ୍ୟତୀତ ମୂଲ୍ୟବାନ ପଥର କ୍ଷେତ୍ରରେ ଭାରତ ଯେଉଁ ଅଭିବୃଦ୍ଧି ହାସଲ କରିଛି ତାହା ଚିନ୍ତା କରିବା ଯୋଗ୍ୟ କାରଣ 2018 ମସିହାରେ ଭାରତ ମୂଲ୍ୟବାନ ପଥର ରପ୍ତାନିରେ ଦ୍ୱିତୀୟ ବୃହତ୍ତମ ଦେଶ ଥିଲା ଏବଂ ସେହି ସମୟରେ ବଜାରର ପ୍ରାୟ 16% ଭାରତ ଅଧୀନରେ ଥିଲା , କିନ୍ତୁ ଗତ 5 ବର୍ଷ ମଧ୍ୟରେ, ଭାରତ ଦୁଇଗୁଣରୁ ଅଧିକ ଅଭିବୃଦ୍ଧି ହାସଲ କରିଛି ଏବଂ ଆଜିର ସମୟରେ ବିଶ୍ଵ ବଜାରର 37 % ପ୍ରତିଶତ ଭାରତ ହାତରେ ଅଛି ଏବଂ Export Market କୁ କବଜା କରିବା ସହିତ ଭାରତ ବର୍ତ୍ତମାନ ମୂଲ୍ୟବାନ ପଥର Export କାରୀ ହୋଇପାରିଛି ଏବଂ ଯଦି ଏହାର ମୂଲ୍ୟ ଦେଖିବା ତେବେ ଏହା 1.5 ବିଲିୟନ ଆମେରିକୀୟ ଡଲାରରେ ପରିଣତ ହୋଇଛି ଏବଂ ସେହିଭଳି ଭାରତର କୃଷିଜାତ ଦ୍ରବ୍ୟ ଆଖୁ ଏବଂ ବିଟ୍ରୁଟ୍ ରୁ ପ୍ରସ୍ତୁତ ଚିନି ଗତ ପାଞ୍ଚ ବର୍ଷ ମଧ୍ୟରେ ଇତିହାସର ସମସ୍ତ ରେକର୍ଡ ଭାଙ୍ଗିଛି ଏବଂ 2018 ରେ ଏହାର ରପ୍ତାନି ଏକ ବିଲିୟନ ଡଲାରରୁ କମ୍ ଥିଲା, ଯାହା ଚାରି ଗୁଣ ବୃଦ୍ଧି ହୋଇ ପ୍ରାୟ ପାଞ୍ଚ ବିଲିୟନ ଡଲାରରେ ପହଞ୍ଚିଛି ଏବଂ ବର୍ତମାନ ଚିନିର ବିଶ୍ଵ ବଜାରର ପ୍ରାୟ 12% ନିୟନ୍ତ୍ରଣ ଭାରତ ହାତକୁ ଆସିଛି |
କେବଳ ଏତିକି ନୁହେଁ, Chemical ଏବଂ Medicines Exportରେ ମଧ୍ୟ ଭାରତ ବଡ ସଫଳ ହାସଲ କରିଛି ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦିନକୁ ଦିନ ଭାରତର ଚିନି ଉତ୍ପାଦନ ବୃଦ୍ଧି ପାଉଛି ଯେଉଁଥି ପାଇଁ ଭାରତ ଦିତୀୟ ବୃହତ୍ତମ Export କାରୀ ହୋଇଥିବାବେଳେ 2018 ରେ ଏହା ପଞ୍ଚମ ସ୍ଥାନରେ ଥିଲା ଏବଂ ଯଦି ଆମେ ବିଶ୍ଵର ପାଞ୍ଚଟି ଦେଶ ଛାଡିଦେବା ତେବେ ସମୁଦାୟ 195 ଟି ଦେଶ ମଧ୍ୟରୁ 190 ଟିରେ ଭାରତୀୟ ସାମଗ୍ରୀର ଚାହିଦା ରହିଥାଏ ଏବଂ ଯେଉଁ ଦେଶରେ ଭାରତ ସର୍ବାଧିକ ସାମଗ୍ରୀ ରପ୍ତାନି କରେ, ସେହି ଦେଶ ଗୁଡିକ ହେଉଛି ଆମେରିକା, ୟୁଏଇ, ଚୀନ୍ ଏବଂ ସିଙ୍ଗାପୁର ଏହାସହିତ ପ୍ରାୟ ସମସ୍ତ ୟୁରୋପୀୟ ଦେଶ ଅନ୍ତର୍ଭୁକ୍ତ ? ଏବଂ ଯଦି ଆମେ ମଧ୍ୟ ପୂର୍ବ ଦେଶଗୁଡିକ ବିଷୟରେ ଆଲୋଚନା କରିବା, ସେମାନେ ଭାରତୀୟ ଉତ୍ପାଦ ପାଇବା ପାଇଁ ବହୁତ ଆଗ୍ରହୀ ହୁଅନ୍ତି |