India’s $10 Trillion Economy Plan 2025

ଭାରତ 3.7 ଟ୍ରିଲିୟନ ଡଲାର ଅର୍ଥନୀତିରେ ବିଶ୍ୱରେ ନିଜର ସ୍ଥିତିକୁ ବୃଦ୍ଧି କରିଛି। କିନ୍ତୁ 2030 ସୁଦ୍ଧା ଭାରତ ପ୍ରାୟ 3.7 ଟ୍ରିଲିୟନ ଡଲାରରୁ 10 ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।  କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି – କଣ ସତରେ 2030 ସୁଦ୍ଧା ଭାରତ 10 ଟ୍ରିଲିୟନ ଡଲାରର ସେହି ଲକ୍ଷକୁ ପୂରଣ କରିପାରିବ ? କିନ୍ତୁ ଭାରତର ଏହା ଏକ ସ୍ୱପ୍ନ ନୁହେଁ, ବରଂ ଏକ ବଡ ଯୋଜନା ଅଟେ | ତେବେ ଆସନ୍ତୁ ଜାଣିବା India’s $10 Trillion Economy Plan |

ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ବ୍ୟବସ୍ତା ମଧ୍ୟରୁ ଏକ ଅନ୍ୟତମ ଦେଶ ଅଟେ  | 1991 ର reforms ଦେଶକୁ ଏକ ନୂତନ ଦିଗ ଦେଇଥିବାବେଳେ, 2024 ମସିହାରେ ଭାରତ ଅନ୍ୟ ଏକ ପ୍ରମୁଖ ମୋଡ଼ରେ ଛିଡା ହୋଇଛି। ସରକାର ଏବଂ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଆସନ୍ତା 10-12 ବର୍ଷ ମଧ୍ୟରେ ଭାରତ 10 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହୋଇପାରିବ। କିନ୍ତୁ ବର୍ତମାନ ସମୟରେ ଅନୁମାନ କରାଯାଉଛି ଆର୍ଥିକ ବର୍ଷ 2024 ରେ ଭାରତର GDP Growth 7% ଥିଲା ବେଳେ 2025 ରେ ଏହା 6.5% ରହିବ | ଯେତେବେଳେକି ପୂର୍ବ ଆର୍ଥିକ ବର୍ଷରେ 8.2% Growth ଥିଲା | 

Asian Development Bank (ADB)  ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡିକ ପୂର୍ବାନୁମାନ କରିଛନ୍ତି ଯେ ଘରୋଇ ଚାହିଦା ଏବଂ infrastructure  ଉପରେ ସରକାରୀ ଖର୍ଚ୍ଚ ଯୋଗୁଁ GDP Growth ଜାରି ରହିବ ବୋଲି ଆଶା କରାଯାଉଛି | କିନ୍ତୁ 10 ଟ୍ରିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବାକୁ ହେଲେ ଭରତକୁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବରେ ବାର୍ଷିକ GDP Growth ପ୍ରାୟ 8% ହରରେ ବଜାୟ ରଖିବାକୁ ପଡିବ | କିନ୍ତୁ କେବଳ ବର୍ତମାନ Growth ହାର ବଜାୟ ରଖିଲେ ହେବ ନାହିଂ ବରଂ ଆଗାମୀ ସମୟରେ କିଛି ନୂତନ ରଣନୀତି କରିବାକୁ ପଡିବ ,ଯାହା  Economic Activityକୁ ପ୍ରୋତ୍ସାହିତ କରିବ | 

ଭାରତର  Economic Growth ପଛରେ ଏପରି କିଛି ବଡ କାରଣ ରହିଛି ଯାହା 10 ଟ୍ରିଲିୟନ ଡଲାରର ଲକ୍ଷ୍ୟ ହାସଲ କରିବାକୁ ସାହାର୍ଯ୍ୟ କରିବ | ସେଥିମଧ୍ୟରୁ Infrastructure Development ହେଉଛି ବଡ Important | ତେଣୁ ଭାରତ ସରକାର Transportation Networks, Energy Production ଏବଂ  Urban Development Projects ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି | ଯାହା ନିଯୁକ୍ତି ସୃଷ୍ଟି କରିବା ସହିତ , ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଯେପରିକି ବୁଲେଟ୍ ଟ୍ରେନ୍, ସ୍ମାର୍ଟ ସିଟି ପ୍ରୋଜେକ୍ଟ ଏବଂ 100 ରୁ ଅଧିକ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର ଭଳି ପ୍ରକଳ୍ପ ମାଧ୍ୟମରେ ଭାରତ କେବଳ ନିଜ ସହରକୁ ପରିବର୍ତ୍ତନ କରୁନାହିଁ ବରଂ ଗ୍ରାମାଞ୍ଚଳକୁ ମଧ୍ୟ ସଂଯୋଗ କରୁଛି।

Manufacturing Sector Boost: Manufacturing Sector Boost କରିବାକୁ ଭରତ ସରକାର “Make in India” ଓ Production-Linked Incentive (PLI) scheme  ଭଳି ପଦେକ୍ଷେପ ନେଇଛି ଯାହା ଭାରତକୁ ଏକ Manufacture Hub କରିପାରିବ | ଏଥିରେ foreign direct investment (FDI)  ଏବଂ local manufacturing capabilities କୁ ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି ,ଯାହା ଦ୍ଵାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ଅର୍ଥନିକି ବିକାଶ ମଧ୍ୟ ହେବ |

Digital Economy Expansion: ଇଣ୍ଟରନେଟ୍ ପ୍ରବେଶ ଏବଂ ଡିଜିଟାଲ୍ ସାକ୍ଷରତାକୁ ଉନ୍ନତ କରିବା ପାଇଁ ଏହି ପଦକ୍ଷେପଗୁଡିକ କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିବ | ତେଣୁ ଭାରତର  UPI, ଡିଜିଟାଲ୍ ପେମେଣ୍ଟ ଏବଂ ଷ୍ଟାର୍ଟଅପ୍ ମାଧ୍ୟମରେ ଦେଶର ଜିଡିପିରେ ଏକ ପ୍ରମୁଖ ଅବଦାନ ଦେଉଛି | ଆସନ୍ତା ବର୍ଷରେ 6G ଏବଂ AI ଏହି Growthକୁ ଆହୁରି ଅଧିକ ବୃଦ୍ଧି କରିବ ବୋଲି ଆସ କରାଯାଉଛି ।

Skill And Education: ଶିକ୍ଷା ଓ କୌଶଳ ବିକାଶ ଉପରେ ନିବେଶ କରିବା ଏକ ବଡ ପଦକ୍ଷେପ ହେବ, କାରଣ ଏହା ନାକେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବରଂ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତିର ଆବଶ୍ୟକତାକୁ ପୂରଣ କରିବ। ଏହି କାରଣରୁ, ଭାରତ ସରକାର ଯୁବମାନଙ୍କ ଆବଶ୍ୟକତା ପୂରଣ ପାଇଁ Vocational Training ଓ Higher Education Reform ଉପରେ ଗୁରୁତ୍ୱ ଦେଉଛନ୍ତି।

ଭାରତର ସବୁଠାରୁ ବଡ ଶକ୍ତି ହେଉଛି ଏହାର ଯୁବକ। 140 କୋଟି ଜନସଂଖ୍ୟା ମଧ୍ୟରୁ 65% 35 ବର୍ଷରୁ କମ୍ ଅଟନ୍ତି | ଜାତୀୟ ଶିକ୍ଷା ନୀତି (NEP) ଏବଂ ଦକ୍ଷତା ବିକାଶ ଯୋଜନା ଯୁବକମାନଙ୍କୁ ଚାକିରି ପାଇଁ ପ୍ରସ୍ତୁତି କରୁଛି | କିନ୍ତୁ ଏହି ସକରାତ୍ମକ ପଦେକ୍ଷେପ ସତ୍ତ୍ୱେ, $ 10 ଟ୍ରିଲିୟନ୍ ଲକ୍ଷ୍ୟ ଦିଗରେ ଅନେକ challenges ମଧ୍ୟ  ବାଧା ଦେଇପାରେ | 

Challenges

 ଏଥିମଧ୍ୟରୁ ସବୁଠାରୁ ବଡ ସମସ୍ଯା ହେଉଛି Geopolitical Risks | Global Geopolitical Tensions ପାଇଁ Supply Chains ଓ  Trade Relations ପ୍ରଭାବିତ ହୋଇପାରେ | ଯାହା ଅର୍ଥନୈତିକ  ସ୍ଥିରତା ପାଇଁ ବିପଦ ସୃଷ୍ଟି କରିପାରେ | ଏହାସହିତ Global Economic Conditions ମଧ୍ୟ ଭାରତ୍ୟ ରପ୍ତାନି ସୁଯୋଗକୁ ସୀମିତ କରିପାରେ | ଯାହା ସାମଗ୍ରିକ ଅର୍ଥନୈତିକ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ | 

କିନ୍ତୁ ଭାରତର 10 ଟ୍ରିଲିୟନ ଡଲାରର ସ୍ୱପ୍ନକୁ ପୂରଣ କରିବା ପାଇଁ Green Energy , PrivatizationGlobal Partnerships ଭଳି ଏହି 3ଟି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ |

2030 ସୁଦ୍ଧା ଭାରତ  Green Energyର ଏକ ପ୍ରମୁଖ ହବ୍ ହୋଇପାରେ, ଯାହା ଉଭୟ ଅର୍ଥନୀତିକ  ଏବଂ ପରିବେଶ ସୁବିଧା ଯୋଗାଇବ। “

ରେଳ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ବୃଦ୍ଧି ଦ୍ଵାରା  ଅର୍ଥନୀତି  ବିକାଶ ହୋଇପାରେ ।

QUAD ଏବଂ ବ୍BRICS ପରି ସଂଗଠନ ମାଧ୍ୟମରେ ଭାରତ global Supply Chainର  ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରେ |

ତେଣୁ ଭିତ୍ତିଭୂମି ବିକାଶ, ଉତ୍ପାଦନ ବୃଦ୍ଧି, ଡିଜିଟାଲ ରୂପାନ୍ତର, କୃଷି ଉତ୍ପାଦନରେ ଉନ୍ନତି ଏବଂ ମାନବ ପୁଞ୍ଜି ବିନିଯୋଗରେ ନିରନ୍ତର ପ୍ରୟାସ ସହିତ ଭାରତ 10 ଟ୍ରିଲିୟନ ଡଲାରର ଅର୍ଥନୀତି 2030 ସୁଧା  ହାସଲ କରିପାରିବ | 

ଭାରତ 10 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ 140 କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ପ୍ରୟାସ ଅଟେ

Share This Post

Leave a Comment