Upcoming Mega Project 2024 in Odisha : New Investments and Job Opportunities

Upcoming Mega Project 2024 in Odisha : New Investments and Job Opportunitiesବନ୍ଧୁଗଣ, ଆପଣ ଜାଣନ୍ତି କି ବର୍ତମାନ ଅନେକ ବଡ ବଡ ଶିଳ୍ପ ଓଡିଶାକୁ  ଆସିବାକୁ ଯାଉଛି ଯାହା ଆମ ରାଜ୍ୟର ଚିତ୍ର ଏବଂ ଭାଗ୍ୟକୁ ବଦଳାଇପାରେ? ହଁ, ଆପଣ ଏହା ଠିକ୍ ଶୁଣିଛନ୍ତି! ଆଗାମୀ ଦିନରେ ଓଡିଶାରେ  ହେବାକୁ ଥିବା ପୁଞ୍ଜି ବିନିଯୋଗ ଏବଂ ଶିଳ୍ପସଂସ୍ଥା ପ୍ରତୀଷ୍ଟା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତିର ନୂଆ ଦ୍ୱାର ଖୋଲିପାରେ। କେବଳ ଏତିକି ନୁହେଁ ଆମ ରାଜ୍ୟର ଆର୍ଥିକ ସ୍ଥିତିରେ ମଧ୍ୟ ଏକ ବଡ଼ ଉନ୍ନତି ଘଟିବ।ତେଣୁ ଏହି ଲେଖରେ  ଆମେ ଆପଣଙ୍କୁ କହିବୁ Upcoming Mega Project 2024 in Odisha ଏବଂ ସେମାନେ କେଉଁ ଲାଭ ଆଣିବେ ଏବଂ ଆମ ପାଇଁ କେଉଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | 

ବନ୍ଧୁଗଣ ଓଡିଶା ସର୍ବଦା ଖଣିଜ ସମ୍ପଦ, ବିଶେଷତକରି  ଲୁହାପଥର, କୋଇଲା ଏବଂ ବକ୍ସାଇଟ୍ ପାଇଁ ଜଣାଶୁଣା | ଏଠାରେ ଖଣି ଏବଂ ଧାତୁ ଉତ୍ପାଦନ ଶିଳ୍ପ ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପ ଅଟେ | କିନ୍ତୁ ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଏବଂ ନିବେଶକଙ୍କ ଧ୍ୟାନ କେବଳ ଖଣିରେ ସୀମିତ ହୋଇନାହିଁ; ବର୍ତ୍ତମାନ ଏହା ଆଇଟି, ଇସ୍ପାତ, ଉତ୍ପାଦନ ଏବଂ ଶକ୍ତି କ୍ଷେତ୍ର ପରି ଅନ୍ୟାନ୍ୟ କ୍ଷେତ୍ର ଆଡକୁ ଗତି କରୁଛି |

ଏବଂ ନିକଟରେ ଓଡିଶା ସରକାର 4,954 କୋଟି ଟଙ୍କାର 31 ଟି ପ୍ରୋଜେକ୍ଟ ଅନୁମୋଦିତ କରିଛନ୍ତି | ଏଥିମଧ୍ୟରୁ ସବୁଠାରୁ ବଡ ପ୍ରୋଜେକ୍ଟ ହେଉଛି Neptunus Ship Builders and Recyclers Pvt Ltd ପ୍ରାୟ 934.54 କୋଟି ଟଙ୍କା ବିନିଯୋଗରେ ଭଦ୍ରାକରେ ଏକ ship building industry ପ୍ରତିଷ୍ଠା କରିବ ଯାହା ପ୍ରାୟ  11,536 ନିଯୁକ୍ତି ସୃଷ୍ଟି କରିବ |ତେଣୁ ଭଦ୍ରକ ବାସୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ ହେବ |  

ଏହାପରେ Calderys India Refractories Ltd ବିଭିନ୍ନ ପ୍ରକାର refractory products ପାଇଁ ଖୋର୍ଦ୍ଧା ରେ ପ୍ରାୟ Rs 698.71 କୋଟି  invest କରି ଏକ manufacture unit ସ୍ଥାପନ କରୁଛି ଯାହା ପ୍ରାୟ 375 ନିଯୁକ୍ତି ସୃଷ୍ଟି କରିବ| 

ସେହିପରି Shalimar Glass Works Pvt Ltd ଖୋର୍ଦ୍ଧା ଠାରେ ବାର୍ଷିକ କ୍ଷମତା 1.09 ଲକ୍ଷ ଟନ୍ packaging container glass manufacturing unit ପ୍ରତିଷ୍ଠା କରିବ ଯାହା 450 ଚାକିରି ସୃଷ୍ଟି କରିବ ଏବଂ ଭରତ ପେଟ୍ରୋଲିୟମ ବରଗଡ ଠାରେ 200 କୋଟି ଇନଭେସ୍ଟ କରି compressed biogas and fermented organic manure plant ସ୍ଥାପନ କରିବା | 

ଏହାସହିତ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ଦୁଇଟି ପ୍ଲାଣ୍ଟ ସ୍ଥାପନ କରୁଛି – ଗୋଟିଏ ସୋନେପୁରରେ ଏବଂ ଅନ୍ୟଟି ସମ୍ବଲପୁରରେ – ଏଥିରେ ପ୍ରାୟ 121.21 କୋଟି ଟଙ୍କା invest ହେବ  |

Hindalco Industries ଲିମିଟେଡ୍ 60 ମେଗାୱାଟ captive ground-mounted solar power plant ପାଇଁ 294 କୋଟି ଟଙ୍କା ବିନିଯୋଗ କରୁଛି  ଏବଂ ଆଇଏମ୍ଏଫ୍ଏ ଲିମିଟେଡ୍ 139.9 କୋଟି  ବିନିଯୋଗରେ ରାୟାଗଡାରେ ଏକ ଶସ୍ୟ ଭିତ୍ତିକ ଇଥାନଲ୍ କାରଖାନା ପ୍ରତିଷ୍ଠା କରିବ। 

Danieli India ଲିମିଟେଡ୍ 190 କୋଟି ଟଙ୍କା ବ୍ୟୟରେ ଏକ Manufacturing ସୁବିଧା  ସ୍ଥାପନ କରିବ | 

Polimiroir India Pvt Ltd 128 କୋଟି ଇନଭେସ୍ଟ କରି ବାର୍ଷିକ 3000 ୟୁନିଟ୍ କ୍ଷମତା ବିଶିଷ୍ଟ manufacture, coat ଏବଂ  service industrial steel rollers ଇଉନିଟ ସ୍ଥାପନ କରିବ | 

ପୋଷାକ ଏବଂ ବସ୍ତ୍ର କ୍ଷେତ୍ରରେ, ଏଫଏମ ଡେନିମ ଏବଂ ଟ୍ୱିଲ୍ସ ପିଭି ଲିମିଟେଡ 130 କୋଟି ଟଙ୍କାରେ ଏକ ଡେନିମ ଟେକ୍ସଟାଇଲ ଏବଂ ବସ୍ତ୍ର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଯାହା  4500 ନିଯୁକ୍ତି ସୃଷ୍ଟି କରିବ।

Tripathaga Textiles 53 କୋଟି ଟଙ୍କାରେ ଏକ ready-made garments manufacturing unit ସୃଷ୍ଟି କରିବ ଯାହା 1,500 ଚାକିରି ଯୋଗାଇବ|

ସେହିଭଳି GM Infra-Tech Ltd 81.11 କୋଟି ଟଙ୍କା ବିନିଯୋଗରେ କୋରାପୁଟରେ ଏକ proposed resort ବିସ୍ତାର କରୁଛି | ହୋଟେଲ ସୋନାର ବଙ୍ଗଳା ସିମିଲିପାଲ 51.04 କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ଏକ ଇକୋ-ଫ୍ରେଣ୍ଡଲି ରିସର୍ଟ ବିକାଶ କରିବ  ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ 56 କୋଟି ଟଙ୍କା ବିନିଯୋଗ ସହିତ କେନ୍ଦ୍ରାପଡ଼ାର ଏକ 4 star  resort କରିବା |

କିନ୍ତୁ ଏଠାରେ ସବୁଠାରୁ ବଡ ଇନଭେସ୍ଟ ହେଉଛି ବେଦାନ୍ତ ଲିମିଟେଡ୍ ରାଜ୍ୟରେ 1 ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ ଘୋଷଣା କରିଛି। ଏହି ଇନଭେସ୍ଟ ବାର୍ଷିକ 6 ନିୟୁତ ଟନ୍ ଆଲୁମିନା ରିଫାଇନାରୀ ଏବଂ green aluminums powered ପ୍ରୋସେସ୍ସ ପାଇଁ 3 ମିଲିୟନ୍ ଟନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ | ମୁମ୍ବାଇରେ ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ G2B ବଐଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜିଙ୍କ ସହ ବେଦାନ୍ତ ଲିମିଟେଡର ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି ଏବଂ ଏହି ଇନଭେସ୍ଟ ଦ୍ଵାରା ରାଜ୍ୟରେ 2ଲକ୍ଷ ନିଯୁକ୍ତି ସୃଷ୍ଟି ହେବ | 

ଏହାସହିତ ଓଡ଼ିଶାର ଏକ ଆଇଟି ହବ୍ ଭାବରେ ଭୁବନେଶ୍ୱରକୁ ବିକଶିତ କରିବାର ଯୋଜନା ରହିଛି। ଇନଫୋସିସ୍, ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ପରି ଅନେକ ଆଇଟି କମ୍ପାନୀ ଏଠାରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି | ଏହି ପଦକ୍ଷେପ ରାଜ୍ୟ ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ, ବିଶେଷକରି ସେହି ଛାତ୍ରମାନଙ୍କ ପାଇଁ ଯେଉଁମାନେ ଆଇଟି ଏବଂ ସଫ୍ଟୱେର୍ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି |

ଏବଂ ଓଡ଼ିଶାରେ ସୋଲାର  ଏବଂ ପବନ ଶକ୍ତି କ୍ଷେତ୍ରରେ ବିନିଯୋଗ ମଧ୍ୟ କରାଯାଉଛି। ସବୁଜ ଶକ୍ତି ବିସ୍ତାର ପାଇଁ ରାଜ୍ୟ ସରକାର ବଡ଼ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହା ଆମ ରାଜ୍ୟକୁ ପରିବେଶ ତଥା ଆର୍ଥିକ ଲାଭ ମଧ୍ୟ ଯୋଗାଇବ |

ଏବଂ ଏହି ବଡ ଶିଳ୍ପଗୁଡିକର ଆଗମନ ପରେ ହଜାର ହଜାର ଯୁବକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ | ଆପଣ ଜଣେ ଇଞ୍ଜିନିୟର, ଆଇଟି ପ୍ରଫେସନାଲ୍, ଉତ୍ପାଦନ ଶ୍ରମିକ କିମ୍ବା ପରିଚାଳନା ପ୍ରଫେସନାଲ୍ ହୁଅନ୍ତୁ, ସମସ୍ତଙ୍କ ପାଇଁ କିଛି ଣ କିଛି ରୋଜଗାର ଅଛି |

ପୁଞ୍ଜି ବିନିଯୋଗ ଏବଂ ନୂତନ ଶିଳ୍ପ ମାଧ୍ୟମରେ ରାଜ୍ୟ ବିପୁଳ ଆୟ ମଧ୍ୟ ସୃଷ୍ଟି କରିବ ଯାହା infrastructure , ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ବିକାଶ ଦିଗରେ ଯିବ।

ଏବଂ ବଡ ଶିଳ୍ପଗୁଡିକର ଆଗମନ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ଯେପରିକି ପରିବହନ, ହୋଟେଲ ଏବଂ ସ୍ଥାନୀୟ ଯୋଗାଣ ଶୃଙ୍ଖଳା ସହିତ ଜଡିତ ବ୍ୟବସାୟ ପାଇଁ ମଧ୍ୟ ଲାଭଦାୟକ ହେବ | ଏହି ବଡ ଶିଳ୍ପଗୁଡିକର ଆଗମନ ସହିତ ଓଡିଶା ଦେଶ ତଥା ବିଦେଶରେ ଏକ manufacture  କେନ୍ଦ୍ର ଭାବରେ ମାନ୍ୟତା ପାଇବ |

ଏଥିରେ ଓଡିଶା ସରକାରଙ୍କର ବହୁତ ଅବଦାନ ମଧ୍ୟ ରହିଛି। ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଅନେକ ନୀତି ପ୍ରସ୍ତୁତ କରିଛନ୍ତି ଯେପରିକି tax incentive , ସରଳ ଲାଇସେନ୍ସ ପ୍ରକ୍ରିୟା ଏବଂ ଶୀଘ୍ର ଅନୁମତି ପ୍ରକ୍ରିୟା। ଏଥିସହ ବିମାନବନ୍ଦରର ବିକାଶ, ବନ୍ଦରର ସମ୍ପ୍ରସାରଣ ଏବଂ ରାସ୍ତା ନିର୍ମାଣ ଭଳି ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

ତେଣୁ ବନ୍ଧୁଗଣ, ଆପଣ ମଧ୍ୟ ଭାବୁଛନ୍ତି କି ଏହି ପରିବର୍ତ୍ତନଗୁଡ଼ିକ ଆମ ଜୀବନରେ କେତେ ପ୍ରଭାବ ପକାଇପାରେ? ତେଣୁ ଆମର ଚିନ୍ତାଧାରା ଏବଂ କଠିନ ପରିଶ୍ରମକୁ ଏହି ସୁଯୋଗ ସହିତ ଯୋଡିବା ଆବଶ୍ୟକ | ଯଦି ଆପଣ ଜେନ ଛତ୍ର ତେବେ ଏହି ସୁଯୋଗ ର ଲାଭ ଉଠାଇବା ପାଇଁ ନିଜର skill କୁ ଯେତେ ସଂଭବ ବୃଦ୍ଧି କର | ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆଗାମୀ ସମୟରେ ଏହି ନୂତନ ଶିଳ୍ପରେ ଚାକିରି ବିଷୟରେ update ରୁହନ୍ତୁ ଏବଂ ନିଜକୁ ପ୍ରସ୍ତୁତ କରନ୍ତୁ | 

ତେଣୁ ବନ୍ଧୁଗଣ, ଓଡିଶାରେ ଆସୁଥିବା ବଡ଼ ଶିଳ୍ପ ଏବଂ ନୂତନ ପୁଞ୍ଜି ବିନିଯୋଗ ବିଷୟରେ ଏହା କିଛି ବିଶେଷ କଥା ଥିଲା | ତେଣୁ ବର୍ତମାନ  ଜାଗ୍ରତ ହେବା, ବୁଝିବା  ଏବଂ ଆମ ରାଜ୍ୟକୁ ଏକ ନୂତନ ଉଚ୍ଚତାକୁ ନେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ |

 

Share This Post

Leave a Comment