ପ୍ରଥମଥର ଭାରତ ହେଲା ଏସିଆର ତୃତୀୟ ଶକ୍ତିଶାଳୀ ଦେଶ

ଆପଣ କେବେ ଭାବିଛନ୍ତି କି ଦିନେ ଭରତ କୁ ଏକ  ବିକାଶଶୀଳ ଦେଶ ତାଲିକା ରେ ରଖାଯାଉଥିଲା କିନ୍ତୁ ଆଜି ସେହି ଭାରତ  ହେଲା ଏସିଆର ତୃତୀୟ ଶକ୍ତିଶାଳୀ ଦେଶ | Russia ଓ  Japan ପରି ସୁପର ପାୱାର ଦେଶ ମଧ୍ୟ ଯାହା କରିପାରିନଥିଲେ ଆଜି ଭାରତ ଏପରି କରିଛି! ହଁ,  ବର୍ତମାନ ଚୀନ୍ ପରେ ଭାରତ  ତୃତୀୟ ଶକ୍ତିଶାଳୀ ଦେଶ ହୋଇପାରିଛି।

ନିକଟରେ ଗ୍ଲୋବାଲ ପାୱାର ଇଣ୍ଡେକ୍ସରେ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏବଂ ଏହି ଖବର ଅନେକ ଦେଶ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଛି  କାରଣ ଜାପାନ ଏବଂ Russia  ଭଳି ଶକ୍ତିଶାଳୀ ଦେଶ ବର୍ତ୍ତମାନ ଭାରତଠାରୁ ପଛରେ ପଡିଛନ୍ତି ଏବଂ ଏସିଆରେ ଭାରତର ତୃତୀୟ ସ୍ଥାନ ଚୀନ୍ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।

ଭାରତର ସାମରିକ ଶକ୍ତି ବୃଦ୍ଧି(India’s Military Power Growth)

India

ଭାରତ ପାଇଁ ସବୁକିଛି ସବୁବେଳେ ସହଜ ହୋଇନଥାଏ | ଇତିହାସ ରେ ଭରତ ଅନେକ ସମସ୍ଯା ର ସମୁଖୀନ ହୋଇଛି  ଏବଂ ସବୁଠାରୁ ବଡ ସମସ୍ଯା ହେଉଛି ଭାରତ ର ପଡୋଶୀ ଦେଶ ବିଶେଷ କରି ଚୀନ ଓ ପାକିସ୍ତାନ ଏବଂ ଏହି ବିବାଦ ଗୁଡିକ ନ କେବଳ ଭରତ ଉପରେ ଚାପ ପକାଇଛି ବରଂ ଭରତ କୁ ମିଲିଟାରୀ  ରଣନୀତି ରେ strong କଫରିବା କୁ ଉଶ୍ଚାହ କରାଇଛି | ଏବଂ ଗତ କିଛି ବର୍ଷ ଧରି ଭାରତ କ୍ରମାଗତ ଭାବରେ ନିଜର ସାମରିକ ଶକ୍ତିକୁ ମଜବୁତ କରିଆସୁଛି। ଚୀନ୍‌ର ଆକ୍ରୋଶ ଏବଂ ପଡୋଶୀ ଦେଶରେ ଚୀନର  ହସ୍ତକ୍ଷେପକୁ ଦୃଷ୍ଟିରେ ରଖି ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ମାଲଦ୍ୱୀପ, ବାଂଲାଦେଶ, ଏବଂ ନେପାଳ ଭଳି ଦେଶ ଉପରେ ଚୀନ୍ ନିଜର କାବୁ  କରିବାକୁ ଚେଷ୍ଟା କରୁଥିଲା ଯାହା ଯାହାଦ୍ୱାରା  ଭାରତକୁ ଚାରିପାଖରୁ ଘେରି ରହିପାରିବ। କିନ୍ତୁ ଚୀନ ଭୁଲି ଯାଇଛି ଯେ ଭାରତ ଆଉ ସେହି ପୁରୁଣା ଭାରତ ହୋଇ ନାହିଂ ଏବଂ ଭାରତ ମଧ୍ୟ ନିଜର  ପୁରୁଣା ରଣନୀତି ବଦଳାଇ ଉଭୟ କୂଟନୀତି ଏବଂ ସାମରିକ ଶକ୍ତିକୁ ସଠିକ୍ ଭାବରେ ବ୍ୟବହାର କରିଛି ।

ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ Technology (Technological Advancements in Defense)

କିନ୍ତୁ ଆଜିର ଦୁନିଆରେ, କେବଳ ଏକ ବଡ଼ Army ରହିବା ଯଥେଷ୍ଟ ନୁହେଁ, Advance Technology ସହିତ ଉନ୍ନତ Defense System ରହିବା  ଆବଶ୍ୟକ ଏବଂ  ଭାରତ ନିଜର Fighter get ଏବଂ Air Defense ସିସ୍ଟେମକୁ ବହୁତ ଉନ୍ନତ କରିଛି । ଭାରତର DRDO, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଏବଂ ଅନେକ ଷ୍ଟାର୍ଟଅପ୍ କମ୍ପାନୀ ମିଳିତ ଭାବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକଶିତ କରିଛନ୍ତି |

ଭାରତର କୂଟନୈତିକ ଗତିବିଧି (India’s Diplomatic Moves)

କେବଳ ଭାରତର  Technology  ଉପରେ ନିର୍ଭରଶୀଳ ନୁହେଁ, ବରଂ  Russia , ଜାପାନ, ଜର୍ମାନୀ, ଆମେରିକା ଏବଂ ଇସ୍ରାଏଲ୍ ସହିତ ମିଳିତ ଉଦ୍ୟମରେ Missile , ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ମଧ୍ୟ ଉତ୍ପାଦନ କରିଛି। ଯାହା  ଭାରତ ପାଇଁ କୂଟନୈତିକ ବିଜୟ ହୋଇପାରିଛି  ଯେଉଁଥିପାଇଁ ଭାରତ ବିଦେଶୀ Technology  ବ୍ୟବହାର କରି  ନିଜର  ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହିତ କରିଛି ।

ଏହାସହିତ  ନିକଟରେ ଭାରତ Indo Pacific କ୍ଷେତ୍ର ରେ ଅନେକ ଦେଶ ସହିତ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି କେବଳ ଭାରତ ପାଇଁ ନୂଆ ବଜାର ଖୋଲିନାହିଁ, ବରଂ ଆନ୍ତର୍ଜାତୀୟ ବାଣିଜ୍ୟରେ ଭାରତର ବଢୁଥିବା  ପ୍ରଭାବକୁ ମଧ୍ୟ ଦର୍ଶାଇଛି | ଏହା ବ୍ୟତୀତ ଭାରତ ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କ ସହଯୋଗରେ ଅନେକ ସାମରିକ ଅଭ୍ୟାସ କରିଥିଲା, ଯାହାକି ଏହି ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ପାଇଁ ନିଜର ସାମରିକ ଶକ୍ତି ଏବଂ ପ୍ରତିବଦ୍ଧତାକୁ ସ୍ପଷ୍ଟ ଭାବରେ ଦର୍ଶାଇଥିଲା। ଏହି ଘଟଣା ଏସିଆରେ ଭାରତର ସ୍ଥିତିକୁ ଆହୁରି ବଢାଇ ଦେଇଛି ଏବଂ ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛି ଯେ ଏହି ଅଞ୍ଚଳର ଭବିଷ୍ୟତ ଗଠନରେ ଭାରତ ବର୍ତ୍ତମାନ ଏକ ବଡ଼ ଭୂମିକା ଗ୍ରହଣ କରିବ।

ଭାରତର ପ୍ରତିରକ୍ଷା ରପ୍ତାନି (India’s Defense Exports)

ବର୍ତ୍ତମାନ ଭାରତ କେବଳ ନିଜ ପାଇଁ ଅସ୍ତ୍ର ତିଆରି କରୁନାହିଁ, ବରଂ ଅନ୍ୟ ଦେଶକୁ ନିଜର  ସର୍ବୋତ୍ତମ ପ୍ରତିରକ୍ଷା ଉତ୍ପାଦ ରପ୍ତାନି କରୁଛି। ଗତ ଏକ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନି 21,000 କୋଟିରେ ପହଞ୍ଚିଛି ଏବଂ ୟୁରୋପ, ଆଫ୍ରିକା ଏବଂ ମଧ୍ୟ ପୂର୍ବର ଅନେକ ଦେଶ ବର୍ତ୍ତମାନ ଭାରତରୁ ଅସ୍ତ୍ର କିଣିବାକୁ ଆଗ୍ରହ ଦେଖାଉଛନ୍ତି।

ଭାରତର ପ୍ରତିରକ୍ଷା ରପ୍ତାନୀର ଅର୍ଥ ହେଉଛି ଯେ ଭାରତ ବର୍ତ୍ତମାନ ନିଜସ୍ୱ ଉତ୍ପାଦିତ ପ୍ରତିରକ୍ଷା Technology ଏବଂ ଅସ୍ତ୍ରଶସ୍ତ୍ରକୁ ଅନ୍ୟ ଦେଶକୁ ବିକ୍ରି କରୁଛି। ଏଥିରୁ ଭାରତ ଅନେକ ଲାଭ ପାଇଥାଏ | ଭାରତ ଅନ୍ୟ ଦେଶକୁ ଅସ୍ତ୍ର ବିକ୍ରୟ କରି ବିପୁଳ ଲାଭ କରେ, ଯାହା ନିଜର  ଅର୍ଥନୀତିକୁ ମଜବୁତ କରିଥାଏ ଏବଂ ଯେଉଁ ଦେଶକୁ ଭାରତ  ପ୍ରତିରକ୍ଷା ଉପକରଣ ବିକ୍ରି କରୁଛି  ସେହି ଦେଶ ସହିତ ଭାରତ ନିଜର ସମ୍ପର୍କକୁ ମଧ୍ୟ ମଜବୁତ କରୁଛି  | ଭାରତ ବର୍ତ୍ତମାନ ଅନ୍ୟ ଦେଶକୁ ଅନେକ ପ୍ରକାରର ପ୍ରତିରକ୍ଷା ଉପକରଣ ରପ୍ତାନି କରୁଛି, ଯେପରିକି:ହେଲିକପ୍ଟର,ରାଡାର ସିଷ୍ଟମ୍ ଓ Missile System | 

ଭିଏତନାମ ଏବଂ ଫିଲିପାଇନ୍ସ ଭଳି ଦେଶକୁ ଭାରତ ମେକ୍ ଇନ୍ ଇଣ୍ଡିଆ ହେଲିକପ୍ଟର ରପ୍ତାନି କରିଛି। ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶମାନଙ୍କୁ ଭାରତ ରାଡାର ସିଷ୍ଟମ ବିକ୍ରି କରିଛି, ଯାହା ଏହି ଦେଶର ସାମରିକ ନିରାପତ୍ତାରେ ସାହାଯ୍ୟ କରିଥାଏ।

ଏହାସହିତ ଭାରତର ସବୁଠାରୁ ବଡ Export Deal ହେଉଛି  ଫିଲିପାଇନ୍ସ ସହିତ , ଯେଉଁଠାରେ ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ସିଷ୍ଟମ ବିକ୍ରି କରିଛି  ​​ଏବଂ ଏହି ଡିଲର ମୂଲ୍ୟ ପ୍ରାୟ 37.5 କୋରଡ ଆମେରିକୀୟ ଡଲାର , ଯାହା ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ  ପ୍ରତିରକ୍ଷା Export Deal  ହୋଇଛି | ଏହା ସହିତ ଭାରତ ପ୍ରମାଣିତ କରିଛି  ଯେ ନିଜର  ଟେକ୍ନୋଲୋଜି ବିଶ୍ୱ ସ୍ତରୀୟ |

ଏହାସହିତ ଆସନ୍ତା କିଛି ବର୍ଷ ମଧ୍ୟରେ ପ୍ରତିରକ୍ଷା ରପ୍ତାନିକୁ 5 ବିଲିୟନ ଡ଼ଲାରକୁ ବୃଦ୍ଧି କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଭାରତ ନୂତନ ଦେଶ ସହ ସହଭାଗୀତା କରୁଛି ଏବଂ ନିଜର  ପ୍ରତିରକ୍ଷା ଦ୍ରବ୍ୟର ଗୁଣବତ୍ତା ବୃଦ୍ଧି କରୁଛି।

ଭାରତର ଗ୍ଲୋବାଲ୍ ମିଲିଟାରୀ ସ୍ଥିତି (India’s Global Military Status)

ବର୍ତମାନ  ଅଷ୍ଟ୍ରେଲିଆର ଗ୍ଲୋବାଲ ପାୱାର analyze  ଲବି ଇନଷ୍ଟିଚ୍ୟୁଟ୍ ନିକଟରେ ଏସିଆ ପାୱାର ଇଣ୍ଡେକ୍ସ ପ୍ରକାଶ କରିଛି , ଯେଉଁଥିରେ ଦର୍ଶଯାଇଛି  ଯେ ଭାରତ ବର୍ତ୍ତମାନ ଜାପାନ ଏବଂ Russia କୁ ଅତିକ୍ରମ କରି ତୃତୀୟ ସ୍ଥାନକୁ ଆସିଛି | ଆମେରିକା ଏବଂ ଚୀନ୍ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଜାପାନ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି ଏବଂ  Russia  ଷଷ୍ଠ ସ୍ଥାନକୁ ଚାଲିଯାଇଛି |

ପ୍ରମୁଖ ପ୍ରତିରକ୍ଷା ସଫଳତା (Key Defense Achievements)

ଭାରତର କେତେକ ପ୍ରମୁଖ ସାମରିକ ସଫଳତା ଯେପରିକି ବ୍ରହ୍ମୋସ୍ Missile , ହାଲୁକା ଯୁଦ୍ଧ ବିମାନ ଏବଂ ସ୍ୱଦେଶୀ ବିମାନ ପରିବହନକାରୀ ‘INS ବିକ୍ରାନ୍ତ’ ଏହି ସଫଳତାର ଏକ ପ୍ରମୁଖ ଅଂଶ | ଏହାସହିତ ଭାରତ ବର୍ତ୍ତମାନ 26 ଟି ନୂଆ ରାଫାଲ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି ଏବଂ Submarine  ମଧ୍ୟ ନିର୍ମାଣ କରାଯାଉଛି ଏବଂ  ଜର୍ମାନୀର  Technical  ସହାୟତା ରେ  ଭାରତର ପ୍ରତିରକ୍ଷା କ୍ଷମତା ଅଧିକ ଶକ୍ତିଶାଳୀ ହେଉଛି |

ଭାରତର ଭବିଷ୍ୟତ ଯୋଜନା (India’s Future Plans)

ଭାରତର ଲକ୍ଷ୍ୟ କେବଳ ସାମରିକ ଶକ୍ତିରେ ତୃତୀୟ ସ୍ଥାନକୁ ଆସିବା ନୁହେଁ, ବରଂ ବର୍ତ୍ତମାନ ଚୀନ୍‌କୁ ପରାସ୍ତ କରିବା। ଏହା ସହିତ ଭାରତ ବର୍ତ୍ତମାନ ଜର୍ମାନୀ ଏବଂ ଜାପାନକୁ ଆର୍ଥିକ ଦୃଷ୍ଟିରୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।

ବନ୍ଧୁଗଣ, ଭାରତର ଏହି ସଫଳତା ଗୋଟିଏ ଦିନର ବିଷୟ ନୁହେଁ, ବରଂ ଦୀର୍ଘ ବର୍ଷର ପରିଶ୍ରମ, କୂଟନୀତି ଏବଂ ସାମରିକ ବିକାଶର ଫଳାଫଳ ଏବଂ  ବର୍ତ୍ତମାନ ସେହି ଦିନଟି ଏତେ ଦୂର ନୁହେଁ ଯେତେବେଳେ ଭାରତ ବିଶ୍ୱର ମହା ମିଲିଟାରୀ ପାୱାର ହେବ  ଏବଂ Economic  Power  ହେବ।

 

Share This Post

Leave a Comment

Index